Delivery included to the United States

Sabu Prashnara Uttara

Sabu Prashnara Uttara

Paperback (22 Jan 2023) | Oriya

  • $15.34
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ଗଭୀର ରାତିରେ ନିଦ ଭାଙ୍ଗିଯାଏ ଅଚାନକ । ହୃଦୟ ମଧ୍ୟରୁ ଉଦ୍]ଗତ ହୁଏ ଅବାରିତ କୋହ । ବକ୍ଷସ୍ଥଳ ବିଦାରିତ କରି ବନ୍ୟାଜଳ ପରି ପ୍ରବାହିତ ହେବାକୁ ଯାଉଥାଏ ଯେଉଁ ଆକୁଳତା ଭରା କ୍ରନ୍ଦନର ସ୍ରୋତ, ତାକୁ ବହୁ ଚେଷ୍ଟା ଦ୍ୱାରା ଅଟକାଇବାକୁ ପଡ଼େ । ଯେଉଁମାନଙ୍କ ଅପୂର୍ବ ସ୍ନେହରେ ହଜିଯାଇଛି ମୁଁ ଗୋଟାପଣେ, ମୋର ଅନ୍ତଃସତ୍ତା, ସେମାନେ ଗଲେ କୁଆଡ଼େ - ଏ ପଶ୍ନ ବ୍ୟତିବ୍ୟସ୍ତ କରିଥାଏ ସାରା ଚେତନାକୁ ।

ମୋର ପରମ ପୂଜ୍ୟ ପିତାମହଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସ୍ମୃତି ଏହିପରି ମୋତେ ଡହଳ ବିକଳ କରିଆସିଛି ସର୍ବଦା । ନିଜ ଅନ୍ତରର ଏହି ଆବେଗକୁ କାଗଜରେ ଢାଳିଦେଲେ, କାଳେ ଲାଭ କରିପାରିବି ସାମାନ୍ୟ ଆଶ୍ୱାସନା; ସେଥିପାଇଁ ଯାହା ଲେଖିହୋଇଯାଇଛି ତାକୁ ଗଳ୍ପ ବୋଲି ଗ୍ରହଣ କରିପାରନ୍ତି ଦରଦୀ ପାଠକମାନେ । ବାସ୍ତବରେ କିନ୍ତୁ ଗଳ୍ପ ରଚନାର ପ୍ରୟାସରୁ ମୁଁ ବହୁ ଦୂରବର୍ତ୍ତୀ ଅଥଚ ସାହିତ୍ୟର ଜଣେ ସାଧାରଣ ଛାତ୍ର ଭାବରେ ଜାଣେ ଯେ ଗଳ୍ପକଳାର କମନୀୟତା ରହିଛି ଏଇଠି । ମୋ ଅନୁଭବର କିୟଦଂଶ ପ୍ରକାଶ କରିପାରିଛି ବୋଲି ଅତୃପ୍ତିର ଦୀର୍ଘଶ୍ୱାସରେ ନିରନ୍ଧ୍ର ଅନ୍ଧକାର ଆଉ ଅଧିକ ଅଥୟ କରିନାହିଁ ମୋତେ । ବରଂ ସ୍ନେହସଜ୍ଜଳ ଆତ୍ମୀୟମାନଙ୍କୁ ସଯତ୍ନେ ସଂରକ୍ଷିତ କରି ରଖିଛି ହୃଦୟର ନିଭୃତ ନିଳୟରେ । ଏଥିରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ପର୍କରେ ବିଶେଷ ବ୍ୟାଖ୍ୟା ବିଶ୍ଳେଷଣର ପ୍ରୟୋଜନ ନାହିଁ ।



Book information

ISBN: 9781645603351
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 96
Weight: 132g
Height: 216mm
Width: 140mm
Spine width: 6mm