Delivery included to the United States

Debajana

Debajana

Paperback (27 Jan 2024) | Oriya

  • $22.84
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

କଥା ପ୍ରସଙ୍ଗରେ ଏକଦା ମୁଁ ବାପାଙ୍କୁ ବିନମ୍ର ଅନୁରୋଧ କରିଥିଲି ବିଭୂତି ଭୂଷଣଙ୍କ 'ଦେବଯାନ' ନାମକ ଉପନ୍ୟାସଟିକୁ ଅନୁବାଦ କରିବା ନିମିତ୍ତ । ସେ ତାଙ୍କର ଏହି ଗେହ୍ଲା ପୁତ୍ରଟିର କଥା ରକ୍ଷାକରି ଗ୍ରୀଷ୍ମକାଳର ଦ୍ୱିପ୍ରହର ବେଳରେ ଧ୍ୟାନସ୍ଥ ହୋଇ ଅନୁବାଦ କରୁଥିଲେ 'ଦେବଯାନ' ଉପନ୍ୟାସଟିକୁ ।

ଅନୁବାଦ ଅଳ୍ପଦିନ ମଧ୍ୟରେ ଶେଷ ହୋଇଯାଇଥିଲା । କିନ୍ତୁ ବାପାଙ୍କ ଆୟୁଷ ନଥିଲା ସୁଦୀର୍ଘକାଳ । ମୁଁ ଆନ୍ତରିକ ଭାବରେ ଚାହୁଁଥିଲି ଯେ ବାପାଙ୍କ ଜୀବିତାବସ୍ଥାରେ ଏହା ପ୍ରକାଶିତ ହେଉ । ମାତ୍ର ମୋ ଇଚ୍ଛା ଇଚ୍ଛାମୟଙ୍କ ଦ୍ୱାରା ଗୃହୀତ ହୋଇନଥିଲା । ଉପନ୍ୟାସଟିକୁ ପାଠକରିବା ପାଇଁ ବାପା ମୋତେ ବାରମ୍ବାର ମନେ ପକାଇଦିଅନ୍ତି । ଉପନ୍ୟାସଟିକୁ ଯେତେବେେଳେ ପାଠକଲି ସ୍ତମ୍ଭୀଭୂତ ହୋଇ ରହିଯାଇଥିଲି ମୁଁ । ଏହାର ବିଷୟବସ୍ତୁ ହେଉଛି ମୃତ୍ୟୁ ପରବର୍ତ୍ତୀ ଜୀବନର ବିଭିନ୍ନ ସ୍ତରର ବୈଚିତ୍ର]୍ୟପୂର୍ଣ୍ଣ ଅନୁଭୂତି । ବିଭୂତି ଭୂଷଣ ବନ୍ଦୋପଧ୍ୟାୟ ଏହି ଦୃଶ୍ୟମାନ ଜଗତର ଅନ୍ତରାଳରେ ରହିଥିବା ଅଦୃଶ୍ୟ ଜଗତ ଉପରେ ଆସ୍ଥାଶୀଳ ନଥିଲେ, ଏପରି ନୂତନ କଳ୍ପନାର ଡେଣା ତାଙ୍କ ସ୍ରଷ୍ଟାମାନସରେ ମେଲିଯାଇନଥା'ନ୍ତା । ତେବେ ସେ ଯାହା ହେଉନା କାହିଁକି ବିଭୂତି ଭୂଷଣଙ୍କ 'ଦେବଯାନ' ଏ କ୍ଷେତ୍ରରେ ପ୍ରତ୍ୟେକଟି ପାଠକଙ୍କ ନିମିତ୍ତ ଯେ ନେଇଆସିବ ଏକ ନୂତନ ଆହ୍ୱାନ ଓ ଆକର୍ଷଣ ଏଥିରେ ଦ୍ୱିମତ ନାହିଁ । ସାହିତ୍ୟିକ, ମନସ୍ତାତ୍ତ୍ୱିକ, ବୈଜ୍ଞାନିକ, ପାରଲୌକିକ ଏ ସବୁ ଦୃଷ୍ଟିରୁ ଉପନ୍ୟାସଟିର କଳାତ୍ମକ ସାଫଲ୍ୟ ଯେ ଅସାମାନ୍ୟ ଏହା ଯେକୌଣସି ଅନ୍ତର୍ଦୃଷ୍ଟି ସମ୍ପନ୍ନ ପାଠକ ଅନୁଭବ କରିପାରିବେ ନିଶ୍ଚୟ ।

---ମଣୀନ୍ଦ୍ର କୁମାର ମେହେର

Book information

ISBN: 9781645605119
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 290
Weight: 372g
Height: 216mm
Width: 140mm
Spine width: 17mm