Publisher's Synopsis
ଏହି ସଂକଳନଟି ପ୍ରକାଶ କରିବା ପାଇଁ ମୋର କେତେଜଣ ଶୁଭାକାଂକ୍ଷୀ ବଂଧୁମାନଙ୍କର ଇଚ୍ଛା ଓ ପ୍ରେରଣାରୁ ମୁଁ ଏହି ବହିଟିକୁ ପ୍ରକାଶ କରିବା ପାଇଁ ସ୍ଥିର କଲି । ଏଥିରେ ସନ୍ନିବେଶିତ ଦୀର୍ଘ ଗଳ୍ପଗୁଡ଼ିକ ଉପନ୍ୟାସିକା ବର୍ଗରେ ଯିବ ଓ ସେଗୁଡ଼ିକ ସେମାନଙ୍କ ହୃଦୟକୁ ଛୁଇଁ ପାରିଛି ବୋଲି ସେମାନେ କହିଲେ । ବଂଧୁମାନଙ୍କ କଥା ଓ ଅନୁରୋଧ ରକ୍ଷା କରି ଏସବୁକୁ ପ୍ରକାଶ କରିଦେବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ ଭାବି ମୁଁ ସେସବୁରୁ କିଛି ଗଳ୍ପ ଚୟନ କରି ପ୍ରକାଶ କରିବାକୁ ସ୍ଥିର କଲି । କିଛିଦିନ ଲାଗିଗଲା କେଉଁ କେଉଁ ଗଳ୍ପଗୁଡ଼ିକୁ ଉପନ୍ୟାସିକା ଶ୍ରେଣୀଭୁକ୍ତ ହୋଇପାରିବ ଭାବିବା ପାଇଁ । ଯାହା ହେଉ ତାହା ବେଶୀ ସମୟ ନେଇ ନଥିଲା, ତା' ପରେ କେଉଁ ପ୍ରକାଶକଙ୍କୁ ଏହାର ପ୍ରକାଶନର ଦାୟିତ୍ୱ ଦେବି ଭାବିବା ସମୟରେ ଭାଗ୍ୟକୁ ମୋର ବଂଧୁ ଡ. କେ.ସି. ବଳ 'ବ୍ଲାକ ଈଗଲ ବୁକ୍ସ' ପ୍ରକାଶନ ସଂସ୍ଥାର ନାମ କହିଲେ ଓ ତାଙ୍କର ଫୋନ୍ ନମ୍ବର ଦେଲେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ । ଯାହାହେଉ ମୁଁ ଫୋନ୍ କଲି ଏବଂ ମୋ ଭାଗ୍ୟକୁ ଶ୍ରୀ ଅଶୋକ ପରିଡ଼ା ଆନନ୍ଦର ସହିତ ମୋର ଏହି ସଂକଳନଟି ପ୍ରକାଶ କରିବାକୁ ରାଜି ହୋଇଗଲେ । ଏହି ସଂକଳନରେ ସ୍ଥାନିତ ଉପନ୍ୟାସିକାଗୁଡ଼ିକ ବହୁତ ଦିନରୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଥିଲା ଏବଂ ପାଠକ ମହଲରେ ଯଥେଷ୍ଟ ଆଦୃତ ହୋଇଥିଲା । ତେଣୁ ମୋର ବିଶ୍ୱାସ ହେଲା ଏଗୁଡ଼ିକ ମଧ୍ୟ କିଛି ନୂତନ ପାଠକପାଠିକାଙ୍କୁ ଆନନ୍ଦ ଦେଇପାରେ । ଏହି ବିଶ୍ୱାସ ଓ ଆଶା ନେଇ ମୁଁ ଏହି ସଂକଳନଟି ପ୍ରକାଶ କରିବାକୁ ସ୍ଥିର କଲି । ଏହାର ପ୍ରଚ୍ଛଦ ଶିଳ୍ପୀ ଚିତ୍ରକାର ଶ୍ରୀ ବଳଦେବ ମହାରଥାଙ୍କୁ ମୋର କୃତଜ୍ଞତା ଜଣାଉଛି ଏବଂ ଅନ୍ତରର ଧନ୍ୟବାଦ ଜ୍ଞାପନ କରୁଛି । ଏହି ପୁସ୍ତକର ନାମ କରଣ ମୋ ବଡ଼ଝିଅ ରୁପାର ଇଚ୍ଛାରେ ହୋଇଛି । ଏହି ବହିଟି ପଢ଼ିସାରି ଯଦି କେହି କିଛି ଆନନ୍ଦ ପାଆନ୍ତି ତେବେ ମୁଁ ଭାବିବି ମୋ ଶ୍ରମ ସାର୍ଥକ ହେଲା ।